ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜ

ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜପର୍ବ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜପର୍ବ ।

YouTube player

ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଉଛନ୍ତି ସମସ୍ତେ । କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଲୋକମାନେ ରଜର ପୋଡ଼ପିଠା ଦୋକାନରୁ କିଣୁଛନ୍ତି । ପହିଲି ରଜ ପାଇଁ ପୂରା ରାଜଧା‌ନୀ ଚଳଚଞ୍ଚଳ ହୋଇପଡ଼ିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନାଉଛନ୍ତି ଲୋକେ। ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା। କିଏ ନିଜ ପୋଷାକ ରଙ୍ଗର ଚୁଡ଼ି, କାନଫୁଲ କିଣି ନେଉଥିଲା ତ’ କିଏ ପିଠା ପାଇଁ ନଡ଼ିଆ, ଗୁଜରାତି। ପାର୍ଲର୍‌ରେ ବି ଝିଅଙ୍କ ଲମ୍ବା ଧାଡ଼ି ଲାଗିଥିଲା, ମେହେନ୍ଦି ଆର୍ଟିଷ୍ଟ୍‌ଙ୍କୁ ଫୁରସତ୍‌ ନଥିଲା।

ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି ।