ସ୍କୁଲକୁ ବିକ୍ରି କରିବାକୁ ସରକାରଙ୍କ ଚକ୍ରାନ୍ତ !
ମେଟ୍ରୋ ଟିଭି ଓଡିଶା,୧୬/୧: ମୋ ସ୍କୁଲ ଏହି ନାମଟି କାନରେ ପଡିବା ମାତ୍ରେ ଦେହରେ ରୋମାଚଂ ଭରିଯାଏ । ମୁହୂର୍ତକ ମଧ୍ୟରେ ଆମକୁ ଭାବନାରାଇଜକୁ ଟାଣିନିଏ । ସ୍କୁଲର ସେହି ପିଲାଦିନ, ଯେଉଁଠି ଆମେ ସମସ୍ତେ ମିଳିମିଶି ହସିଖେଳି ସାଙ୍ଗସାଥି ମେଳରେ ଆମ ପିଲାଦିନ କଟାଇଥିଲୁ । ଯିଏ ଆମ ପାଟିରେ ଭାଷା ଓ ହାତରେ କଲମ ଧରାଇ ଦେଇଥିଲା । ସେହି ସ୍କୁଲ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ଆଜି ଆମେ ସମାଜରେ ଯିଏ ଯେଉଁ ସ୍ତରରେ ,ଯେତେ ବଡ ପଦପଦବୀରେ ଥାଉ ନା କାହିଁକି ,ତାର ପ୍ରଥମ ଶ୍ରେୟ ଯାଏ ସ୍କୁଲ ଶିକ୍ଷକଙ୍କୁ । ସ୍କୁଲ ଗୁଡିକର ଭିତି ଭୁମିକୁ ଆଗକୁ ଆଗେଇ ନେବା ପାଇଁ ନଭେମ୍ବର ୨୦୧୪ ଶିଶୁ ଦିବସ ଦିନ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନର ସ୍ୱପ୍ନ ଦେଖିଥିଲେ । ଆଶା କରାଯାଉଥିଲା ପୂରାତନ ଛାତ୍ର ଓ ଅଭିଭାବକ ମାନଙ୍କୁ ନେଇ ସରକାର ଶିକ୍ଷାର ଏହି ମନ୍ଦିର ଗୁଡିକୁ ଦେବେ ନୂଆ ଜୀବନ୍ୟାସ ।
ମାତ୍ର ନୂଆ ଜିବନ୍ୟାସ ପାଇବେ କଣ, ଅନେକ ସରକାରୀ ସ୍କୁଲକୁ ଖୋଦ ସରକାର ବନ୍ଦ କରିଦେଇ ଭୂତ କୋଠୀରେ ପରିଣତ କରିଥିବା ବେଳେ,ଏବେ ପ୍ରତିଷ୍ଠିତ ଓ ସମୃଦ୍ଧ ବିଦ୍ୟାଳୟଗୁଡିକୁ ଘରୋଇ ମାଲିକାନାକୁ ପି.ପି.ପି ମୋଡରେ ଟେକି ଦେଇ ଶିକ୍ଷାକୁ ବ୍ୟବସାୟୀକରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଐତିହ୍ୟ ସମ୍ପର୍ଣ୍ଣ କ୍ୟାପିଟାଲ ହାଇସ୍କୁଲରୁ କୁଆଡେ ଆରମ୍ଭ ହେବ ଏହି ବ୍ୟବସାୟ । ଏକଥା ଆମେ କହୁନୁ, ଖୋଦ ମୁଖ୍ୟ ଶାସନ ସଚିବଙ୍କ ବାର୍ତା ହିଁ ଏହି ସୂଚନା ଦେଉଛି । ଦୃଢ ଭିତିଭୂମି ଦର୍ଶକ ଗ୍ୟାଲେରୀ ସହ ବିଶାଳ ଖେଳପଡିଆ ଓ ରାଜଧାନୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟବାନ ସ୍ଥାନରେ ଥିବା ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନ ପ୍ରାଇଭେଟ ବେପାରୀଙ୍କୁ ଟେକି ଦେବା ପାଇଁ ସରକାରୀ ଚିନ୍ତା କରିବା ପଛରେ କଣ ରହିଛି କାରଣ ? ୧୯୫୧ ମସିହାରୁ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ଘରୋଇ ବ୍ୟବସାୟୀ ହାତକୁ ଟେକିଦେବା ପାଇଁ ଯୋଜନା ପଛରେ ରହିଛି କି କିଛି ଅଣଓଡିଆ ବ୍ୟବସାୟୀଙ୍କ ଭିତିରି ସମ୍ପର୍କ? ଘରୋଇ ବ୍ୟବସାୟୀଙ୍କୁ ଏହି ଅନୁଷ୍ଠାନକୁ ଟେକିଦେଲେ ଏଥିରେ ଲାଭ ହେବ କାହାର ?
ସାଧାରଣ ଛାତ୍ରଙ୍କ ବଦଳରେ ସ୍ୱଚ୍ଛଳ ବର୍ଗ ପାଇଁ ମଡେଲ ଭାବେ ସମର୍ପିତ ହେବାକୁ ଯାଉଛି କି କ୍ୟାପିଟାଲ ହାଇସ୍କୁଲ? କିଛିଦିନ ତଳେ ମୁଁ ସରକାରୀ ସ୍କୁଲରେ ପଢିଛି ବୋଲି ଏକ ନୂଆ ଟ୍ରେଣ୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସରକାର ସେଥିରେ ଉତଫିଲ୍ଲିତ ହୋଇ କିଛି ବିଦ୍ୟାଳୟକୁ ୫ଟି ରେ ନେଇ ରୂପାନ୍ତୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କର ିଦେଇଥିଲେ । ଆଶା କରାଯାଉଥିଲା ଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତନ ଆସିବ । ମାତ୍ର ଆଜି ଶିକ୍ଷା ବ୍ୟବସ୍ଥାର ଉନ୍ନତି ନାଁରେ ଘରୋଇ ବ୍ୟବସାୟୀଙ୍କୁ ଟେକିଦେଇ ଲାଭ ହେବ କାହାର? ଯଦି ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ କଥା ରାଜ୍ୟ ସରକାର ଚିନ୍ତା କରୁଥାନ୍ତି ,ତାହେଲେ ଭିତିଭୂମି ଅଭାବରୁ ବନ୍ଦ ହୋଇଯାଉଥିବା ସ୍କୁଲକୁ ପିପିପି ମୋଡ୍ ରେ ଘରୋଇ ପୁଞ୍ଜି ନିବେଶ କରିବା ପାଇଁ ଅନୁମତି ଦିଅନ୍ତୁ, ସେଥିରେ କାହାର କିଛି କରିବାର ନାହିଁ? ମାତ୍ର ରାଜଧାନୀର ଛାତି ଉପରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ବ୍ୟବସାୟୀକରଣକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ବୋଲି ବହୁ ରାଜନେତା ଓ ବୁଦ୍ଧିଜୀବି ମତ ଦେଇଛନ୍ତି ।
ଅପରପକ୍ଷରେ ଏନେଇ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଆମ ପ୍ରତିନିଧୀ ଯୋଗାଯୋଗ କରିବା ପରେ କ୍ୟାମେରା ସାମ୍ନାରେ ତାଙ୍କର ହତାଶାବୋଧ ଓ ଅସହାୟତା ସ୍ପଷ୍ଟ ବାର ppହୋଇପଡିଥିଲା । ଶିକ୍ଷା ନାଗରିକର ମୈାଳିକ ଅଧିକାର ତଥା ରାଷ୍ଟ୍ରର ଦାୟିତ୍ୱ । \”ମୋ ସ୍କୁଲ\’କୁ ପରପିଢିର ଶିକ୍ଷା ଅଧିକାର ପାଇଁ ସୁରକ୍ଷିତ କରି ରଖିବାର ଦାୟିତ୍ୱ ସବୁ ଓଡିଆଙ୍କର । ଏଣୁ ଶିକ୍ଷାକୁ ବ୍ୟବସାୟୀକରଣ ନୁହେଁ ବରଂ ସାର୍ବଜନୀନ କରିବାର ରହିଛି ଆବଶ୍ୟକତା ।
ରିପୋର୍ଟ -ଭାରତ ବିନୋଦ ନାୟକ