ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି : ମନମୋହନ ସାମଲ
ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଏଥି ସହ ଓଡିଆ ଅସ୍ମିତାର ପ୍ରଚାର ପ୍ରସାର ସହିତ ସମାଜର ସବୁ ବର୍ଗ ଓ ଅଂଚଳବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ନିମନ୍ତେ ବଜେଟରେ ଆର୍ଥୀକ ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯାଇଛି । ଚଳିତ ବଜେଟର ୧୬ଟି ନୂତନ ଜନକଲ୍ୟାଣକାରୀ ଯୋଜନା ସହ ପରିମାଣ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ହୋଇଛି, ଯାହାକି ସର୍ବକାଳିନ ସର୍ବାଧିକ । ଏହି ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପି ସରକାର ୪ବର୍ଗ ଗରିବ,ମହିଳା, କୃଷକ ଓ ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାକୁ ପୁରଣ କରାଯିବାର ପ୍ରୟାସ କର।।ଇଛି । ସମୃଦ୍ଧ ଅଙ୍ଗନବାଡୀ, ଆଦର୍ଶ ମଣ୍ଡି, ଭିବି-ଜି-ରାମଜୀ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ, ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା, ବିରଳ ମୃତ୍ତିକା କରିଡର, ସଂଯୋଗହୀନ ବାସସ୍ଥାନ ସହିତ ସଂଯୋଗୀକରଣ, ପୁରୀରେ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ଓ ବାଖ୍ୟାନ କେନ୍ଦ୍ର, ଏଆଇ ମିଶନ, ଡାଲଖାଇ ଯୋଜନା, ପର୍ଯ୍ୟଟନ ଭୁମିି ବ୍ୟାଂକ, ଫିଟ ଇଣ୍ଡିଆ ମିଶନ, ମୁଖ୍ୟମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ରାଜ୍ୟ ରୁପାନ୍ତରମୂଳକ ପଦକ୍ଷେପ ପ୍ରତିଷ୍ଠାନ ପାଇଁ ବଜେଟରେ ପ୍ରସ୍ତାବ ରହିଛି ।
ସେହିପରି ଚିଲିକା ପୁନରୁଦ୍ଧାର ଯୋଜନା, ନମୋ ଏକ୍ସପ୍ରେସ େଓ୍ô, ଅଟଳ ଏକ୍ସପ୍ରେସ େଓ୍ô, ଧାନ ସଂଗ୍ରହ ପାଇଁ ୫ ହଜାର କୋଟି ଟଙ୍କାର ଆବର୍ତ୍ତନ ପାଂଠି, ଆର୍ଥିକ ଅନଗ୍ରସର ଝିଅମାନଙ୍କ ପାଇଁ ୨୦ ହଜାର ଟଙ୍କା, ସ୍ନାତକ ଶିକ୍ଷା ପରେ ଝିଅମାନଙ୍କୁ ୧ ଲକ୍ଷ ୧ ଟଙ୍କା, ସୁଭଦ୍ରା ଶକ୍ତି ସମ୍ବାଦ, ସୁଭଦ୍ରା େଓ୍ôଲନେସ ସେଂଟର ସହିତ କେନ୍ଦ୍ରାପଡା-ଜଗତସିଂହପୁର-ଭଦ୍ରକ-ଝାରସୁଗୁଡାରେ ୪ଟି ନୁତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା; ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨ଟି ନୂତନ କ୍ୟାଂପସ; ଅଟଳ ରକ୍ତଦାନ ଅଭି୍ାନ ଅନ୍ତର୍ଗତ ସବୁ ଜିଲ୍ଲାରେ ରକ୍ତଭଣ୍ଡାର, ନୟାଗଡରେ ଫାର୍ମା ପାର୍କ ପ୍ରତିଷ୍ଠା, ଖୋର୍ଦ୍ଧାରେ ମେଡ୍ ଟେକ୍ ପାର୍କ, କେନ୍ଦ୍ରାପଡାରେ ଜାହାଜ ନିର୍ମାଣ କ୍ଲଷ୍ଟର ପାଇଁ ବଜେଟରେ ପ୍ରସ୍ତାବ ରହିଛି । ଅକ୍ଷୟ ଶକ୍ତି ବିକାଶ ଯୋଜନା, ବୟନ ଶିଳ୍ପ ବିକାଶ ଯୋଜନା, ରେଶମ ବିକାଶ ଯୋଜନା ସହିତ ସେମିକଣ୍ଡକ୍ଟର ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ବଜେଟରେ ପ୍ରସ୍ତାବ ରହିଛି । ଦେଶର ବିଭିନ୍ନ ପ୍ରମୁଖ ସହରଗୁଡିକରେ ଓଡିଶା ଭବନ ନିର୍ମାଣ, ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ, ଚିଙ୍ଗୁଡି ମିଶନ ଜରିଆରେ ସାମୁଦ୍ରିକ ଅର୍ଥନୀତିକୁ ଗୁରୁତ୍ୱ ଦିଆଯାଇଛି ।
କୃଷି ଓ ଆନୁସାଙ୍ଗିକ କ୍ଷେତ୍ର ପାଇଁ ୪୨୪୯୨ କୋଟି, ଗ୍ରାମିଣ ବିକାଶ ପାଇଁ ୪୪୩୦୯ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୩୧୮୨ କୋଟି, ଶିକ୍ଷା କ୍ଷେତ୍ରରେ ୪୨୫୬୫ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୫୨୦୮ କୋଟି, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୧୭୮୫୫ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୪୨୫୦ କୋଟି, ମହିଳା ସଶକ୍ତିକରଣ ପାଇଁ ୧୮୯୫୭ କୋଟି, ସହର ବିକାଶ ପାଇଁ ୧୦୭୩୮ କୋଟି ଟଙ୍କାର ବ୍ୟୟବରାଦ ସମୃଦ୍ଧ ଓଡିଶାର ଯାତ୍ରାପଥରେ ଏକ ପାଦ ଅଗ୍ରସର ସଦୃଶ । ଏହା ସମୃଦ୍ଧ ଓଡିଶା ଗଠନ ପାଇଁ “ଐତିହାସିକ, ଦୁରଦୃଷ୍ଟିସଂପନ୍ନ ବଜେଟ” ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଠି ଦେଇଛି । ଡବଲ ଇଂଜିନ ସରକାରରେ ଓଡିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।